ନମସ୍କାର ବନ୍ଧୁ ସମସ୍ତଙ୍କୁ,ପ୍ରଥମ ଥର ପାଇଁ ମୋ ପୋଷ୍ଟ ରେ ଓଡ଼ିଆ ରେ ଲେଖିବା ପାଇଁ ଆଗ୍ରହ ପ୍ରକାଶ କରିଛି।କାରଣ ଏହି ପୋଷ୍ଟ ରେ କିପରି ଭାବରେ ସଧାରଣ ନାଗରିକ ବି, ପଂଚାୟତ ସ୍ତରରେ,ବ୍ଲକ ସ୍ତରରେ ହେଉଥିବା କାର୍ୟ ଗୁଡ଼ିକର ଦୁର୍ନୀତି ବିରୋଧରେ କିପରି ଭାବରେ ଅଭିଯୋଗ କରିପାରିବେ, online ମାଧ୍ୟମରେ,ଏହା ପ୍ରକାଶ କରିଛି।
ଓଡିଶା ସରକାର ଗ୍ରାମୀଣ କ୍ଷେତ୍ରରେ ସମସ୍ତ ପ୍ରକାର ସରକାରୀ ଯୋଜନା ରେ ଅତ୍ୟଧିକ ଘୋଟାଲା ହେବାର ଦେଖି , ଦୁର୍ନୀତି କୁ ରୋକିବା ପାଈଁ online ଏକ portal ଖୋଲିଛନ୍ତି। ସେହି portal ରେ ସମସ୍ତ ନାଗରିକ ନିଜ ଘରେ ଥାଇ ,ନିଜ ଫୋନ୍ ରେ ଅଭିଯୋଗ କରି ପାରିବେ। ଯାହା ଦ୍ୱାରା ଦୁର୍ନୀତି କୁ କମ କରାଯାଇ ପାରିବ ଏବଂ ସଧାରଣ ଲୋକଙ୍କୁ ଉଚିତ ସୁବିଧା ମିଳିପାରିବ।
ତେଣୁ ସମସ୍ତ ନାଗରିକ ଙ୍କ ମଧ୍ୟ କର୍ତ୍ତବ୍ୟ ସମସ୍ତ ପ୍ରକାର ଘୋଟାଲା କୁ ରୋକିବା ପାଇଁ।ଆସନ୍ତୁ ଜାଣିବା କିପରି ଭାବରେ ନିଜ ଫୋନ୍ ରେ ସିଧା collector , revenue department,chif secretary,cm ଙ୍କୁ ଅଭିଯୋଗ କରିହେବ।
No 1:
(କ) Google ରେ type କରନ୍ତୁ cmgcodisha.gov.in ଏବଂ search କରାନ୍ତୁ।
(ଖ) ଏହି ପୃଷ୍ଠା ର ଉପରେ 3ଟା ବିକଳ୍ପ ଅଛି ଦେଖି ପାରୁଥିବେ। ସେଥି ମଧ୍ୟରୁ ପ୍ରଥମ ବିକଳ୍ପ(lodge grievance) କୁ କ୍ଲିକ୍ କରନ୍ତୁ, ଅଭିଯୋଗ କରିବା ପାଈଁ। (ତଳେ ଦିଆ ଯାଇ ଥିବା ଫୋଟୋ କୁ ଦେଖନ୍ତୁ)
(ଗ) ଏଠାରେ ଅଭିଯୋଗ କରିବାର ଏକ ଫର୍ମ ଆସିଯିବ।ଏହି ଫର୍ମ ରେ ପ୍ରଥମେ ଆପଣ କାହାକୁ ଅଭିଯୋଗ କରିବା ପାଈଁ ଚାହୁଁଛନ୍ତି,ତାହା ଚୟନ କରିବେ(chief minister,chief secretary,state govt. Department,District collector,revenue divisional commissioner )।ଏମାନଙ୍କୁ ସିଧା ଅଭିଯୋଗ କରିପାରିବେ।
★ନିଜର ନାମ, ଲିଙ୍ଗ ଭରିବେ, ଅଭିଯୋଗ ର ପ୍ରକାର କୁ ଚୟନ କରନ୍ତୁ।
★ ତା ପରେ ନିଜର ସମ୍ପୂର୍ଣ ଠିକଣା ଲେଖନ୍ତୁ। ନମ୍ବର ,email ଆଦି ଲେଖନ୍ତୁ।
★ଅଭିଯୋଗ କୁ ଲେଖନ୍ତୁ ,ଯଦି କୌଣସି ଫଟୋ ଥାଏ upload କରି ପାରିବେ। ତାପରେ captch code କୁ ଲେଖିକି submit କରନ୍ତୁ।
ଆପଣଙ୍କ ଅଭିଯୋଗ ରେଜିଷ୍ଟର ହେଇଯିବ। 24 ଘଣ୍ଟା ମଧ୍ୟରେ ଆପଣଙ୍କ ଅଭିଯୋଗ ର କାର୍ଯ୍ୟକାରୀ କରାଯିବ ।ଯଦି କାର୍ଯ୍ୟକାରୀ ରେ ଅସନ୍ତୁଷ୍ଟ ହୁଅନ୍ତି ତାହାହେଲେ ଦ୍ଵିତୀୟ ଥର ମଧ୍ୟ ଅଭିଯୋଗ କରିବା ପାଇଁ ବିକଳ୍ପ ଅଛି । ଆଉ ମଧ୍ୟ ଅଭିଯୋଗ ର ଉତ୍ତର ଆପଣଙ୍କ ଫୋନ୍ ଏବଂ email କୁ sms ଆସିଯିବ।
ଏହି ପରି ଭାବରେ ଆପଣ ମାନେ ଆପଣଙ୍କ ପଂଚାୟତ,ବ୍ଲକ ରେ ହେଉଥିବା ଦୁର୍ନୀତିକୁ ରୋକି ପାରିବେ।
No 2:
foododisha.in କୁ visit କରନ୍ତୁ ।ଏହି site ମାଧ୍ୟମରେ ଚାଉଳ,ଗହମ ବଣ୍ଟନ ଆଦି ଜିନିଷରେ ହେଉଥିବା ଘୋଟାଲା ସମ୍ପର୍କ ରେ ଅଭିଯୋଗ କରିପାରିବେ।
ଏହି ପୃଷ୍ଠା ର ତଳକୁ ଲେଖା ଅଛି ଦେୟମୁକ୍ତ ଫୋନ୍ ନମ୍ବର ,ଏହି ନମ୍ବର ରେ ସିଧା call କରି ଅଭିଯୋଗ କରିପାରିବେ,ନଚେତ ତା ତଳକୁ ଏକ website ସେଥିରେ visit କରି ଅଭିଯୋଗ କରିପାରିବେ। (ଫୋଟୋ 1କୁ ଦେଖ)।ନ ହେଲେ ଆଉ ଏକ ବିକଳ୍ପ ଅଛି ଠିକ୍ ଉପରକୁ ଦେଖନ୍ତୁ ଲେଖା ଅଛି district grievance redressal officers .ଏହା ଉପରେ କ୍ଲିକ୍ କରନ୍ତୁ ,ଆପଣଙ୍କ ଜିଲ୍ଲା ଅନୁସାରେ ଅଭିଯୋଗ ଅଧିକାରୀଙ୍କ ଫୋନ୍ ନମ୍ବର ,email id ମିଳିଯିବ ,ଆପଣ ସିଧା ଫୋନ୍ ,mail ମଧ୍ୟମ ରେ ଅଭିଯୋଗ କରିପାରିବେ।(ଫଟୋ 2)
No 3:
sanjoghelpline.odisha.gov.in କୁ ଯାଇ ଅଭିଯୋଗ କରିପାରିବେ। ଏଠାରେ ଫୋନ୍ ନମ୍ବର ଦିଆଯାଇଥିବା ନମ୍ବର ରେ call କରି କିମ୍ବା ତା ତଳକୁ register your complaint ରେ କ୍ଲିକ୍ କରି online ଅଭିଯୋଗ କରିପାରିବେ।
ଏହି site ମାଧ୍ୟମରେ ରେ ମଧ୍ୟ rural water supply and sanitation,rural development,pmgsy,nregs,pds
Tripti,jssk ଯୋଜନା ସମ୍ବନ୍ଧରେ ଅଭିଯୋଗ କରିପାରିବେ।
No 4:
Odishapanchayat.gov.in ରେ ଯାଇ ମଧ୍ୟ ଅଭିଯୋଗ କରିପାରିବେ।ଏଠାରେ ଇନ୍ଦିରା ଆବାସ ଯୋଜନା,MGNREGA,ବିଜୁ ପକ୍କା ଘର, ଗୋପବନ୍ଧୁ ଗ୍ରାମୀଣ ଯୋଜନା ,ସଡ଼କ ଯୋଜନା କାର୍ଯ୍ୟ ପାଈଁ ଅଭିଯୋଗ କରିପାରିବେ। ଏଠାରେ ଏକ ଫୋନ୍ ନମ୍ବର ଅଛି,call କରି ଅଭିଯୋଗ କରିପାରିବେ।
No 5:
Odishavigilance.gov.in କୁ ଯାଇ ଅଭିଯୋଗ କରିପାରିବେ ।ଏହା ଯଦି କୌଣସି କାମ ରେ କିଏ ଲାଞ୍ଚ ଆଦି ମାଗୁ ଥାଏ ,ତାହାହେଲେ ଭିଜିଲାନ୍ସ ବିଭାଗକୁ କୁ 1046 ଫୋନ କରି ଅଭିଯୋଗ କରିପାରିବେ।
ବନ୍ଧୁଗଣ ଏହି ପୋଷ୍ଟ ରେ ଓଡିଶା ରେ ସମସ୍ତ ବିଭାଗରେ ହେଉଥିବା ଦୁର୍ନୀତି କୁ ରୋକିବା ପାଇଁ କିଛି ସୁଚନା ଦେଲି ,ଯଦି ସବୁ ନାଗରିକ ଚେଷ୍ଟା କରିବେ ତାହାହେଲେ ଦୁର୍ନୀତି କୁ ରୋକା ଯାଇପାରିବ।ଆଉ ଯଦି ଏହି ପୋଷ୍ଟ ଟି ଭଲ ଲାଗିଚି ଅନ୍ୟ ବନ୍ଧୁ ମାନଙ୍କୁ ପଠାନ୍ତୁ,ଯାହା ଦ୍ବାରା ସେମାନେ ବି ଏହି ବିଷୟରେ ଜାଣି ପାରିବେ।ଜୟ ହିନ୍ଦ
ବନ୍ଧୁଗଣ ଏହି ପୋଷ୍ଟ ରେ ଓଡିଶା ରେ ସମସ୍ତ ବିଭାଗରେ ହେଉଥିବା ଦୁର୍ନୀତି କୁ ରୋକିବା ପାଇଁ କିଛି ସୁଚନା ଦେଲି ,ଯଦି ସବୁ ନାଗରିକ ଚେଷ୍ଟା କରିବେ ତାହାହେଲେ ଦୁର୍ନୀତି କୁ ରୋକା ଯାଇପାରିବ।ଆଉ ଯଦି ଏହି ପୋଷ୍ଟ ଟି ଭଲ ଲାଗିଚି ଅନ୍ୟ ବନ୍ଧୁ ମାନଙ୍କୁ ପଠାନ୍ତୁ,ଯାହା ଦ୍ବାରା ସେମାନେ ବି ଏହି ବିଷୟରେ ଜାଣି ପାରିବେ।ଜୟ ହିନ୍ଦ
No comments:
Post a Comment
Any doubts and questions.please comment